Categories: ଜାତୀୟ

ଜମ୍ମୁ-କଶ୍ମୀର: ୭ ମାସ ପରେ ସୋସିଆଲ ମିଡିଆ ଉପରୁ ହଟିଲା କଟକଣା

ଶ୍ରୀନଗର,୪।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୋସିଆଲ ମିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ବୁଧବାର ଦୀର୍ଘ ୭ମାସ ପରେ ଘାଟିରୁ ଏହି ପ୍ରତିବନ୍ଧକକୁ ଜମ୍ମୁ-କଶ୍ମୀର ପ୍ରଶାସନ ହଟାଇ ଦେଇଛନ୍ତି। ଏଥିସହ ଜମ୍ମୁ-କଶ୍ମୀରବାସୀଙ୍କୁ ୨-ଜି ମୋବାଇଲ ଡାଟା ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ଅପରପକ୍ଷେ କେନ୍ଦ୍ରଶାସିତ ଅଞ୍ଚଳରେ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ମାର୍ଚ୍ଚ ୧୭କୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

Share