Categories: ଜାତୀୟ

ଜମ୍ମୁ ଛାଡିଲେ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ

ଶ୍ରୀନଗର,୩୦।୬: ଅମରନାଥ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ରବିବାର ଜମ୍ମୁ ଛାଡିଛନ୍ତି। ସେମାନେ କଶ୍ମୀରରେ ପହଞ୍ଚିବା ପରେ ସୋମବାରଠାରୁ ୪୫ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ଅଗଷ୍ଟ ୧୫ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ପ୍ରଥମ ତୀର୍ଥଯାତ୍ରୀ ଦଳରେ ଏକ ହଜାର ୮ଶହ ୩୯ ପୁରୁଷ, ୩ଶହ ୩୩ ମହିଳା, ୪୫ ସାଧୁ ଏବଂ ୧୭ ଜଣ ଛୋଟ ପିଲା ଅଛନ୍ତି। ତୀର୍ଥଯାତ୍ରୀମାନେ କଶ୍ମୀରର ବାଲଟାଲ ଏବଂ ପହଲଗାମ୍‌ ବେସ୍‌କ୍ୟାମ୍ପ୍‌ରୁ ଯାତ୍ରା ଆରମ୍ଭ କରିବେ। ବାଲଟାଲରୁ ଏକ ହଜାର ୫୧ ଏବଂ ପହଲଗାମ୍‌ଠାରୁ ଏକ ହଜାର ଶହେ ୮୩ ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିବେ। ସୁରକ୍ଷା ଦୃଷ୍ଟିରୁ କଶ୍ମୀରରେ ତୀର୍ଥଯାତ୍ରୀ ନ ପହଞ୍ଚିବା ପର୍ଯ୍ୟନ୍ତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାଧାରଣ ଯାତାୟତ ବନ୍ଦ ରଖାଯାଇଛି।

Share