Categories: ଜାତୀୟ

ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ଆଇଇଡି ନିଷ୍କ୍ରିୟ କଲା ସେନା

ରାଜୌରୀ,୨୭।୫: ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଇଡି ମିଳିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି। ପ୍ରଥମେ ସେନା ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିବା ବେଳେ ସତର୍କତାର ସହ ଉକ୍ତ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ତେବେ ଏହାଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣାକୁ ସହଜରେ ଏଡାଇ ଦିଆଯାଇଥିବା କୁହାଯାଉଛି।

Share