Categories: ଜାତୀୟ

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ: ୧୦ ଘଣ୍ଟା ଧରି ଅଟକି ରହିଲା ୧୫୦୦ ଗାଡି

ଶ୍ରୀନଗର,୨୭।୧୨-ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରବିବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏଥିଯୋଗୁ ଜାତୀୟ ରାଜପଥରେ ପ୍ରାୟ ୧୫୦୦ ଗାଡି ଅଟକି ରହିଥିଲା।
ଜାତୀୟ ରାଜପଥ ଟ୍ରାଫିକ୍‌ ବରିଷ୍ଠ ଅଧୀକ୍ଷକ ଜେଏସ ଜୋହର କହିଛନ୍ତି, ରାମବାନ ଜିଲାର CRPF କ୍ୟାମ୍ପ ନିକଟ ଡୁଗି ପୁଲି ଚାନ୍ଦକୋଟରେ ଏହି ଭୂସ୍ଖଳନ ହୋଇଥିଲା। ଦୀର୍ଘ ସମୟ ଧରି ରାଜପଥରେ ବହୁ ଗାଡି ଠିଆ ହୋଇ ରହିଥିଲା। ପରେ ରାସ୍ତାରୁ ମାଟି ଗୁଡିକୁ ଜେସିବି ମେଶିନ ସାହାଯ୍ୟରେ ହଟା ଯାଇଥିଲା। ସା ୭.୩୦ ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

Share