ଜମ୍ମୁ-କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆଙ୍କ ପାଇଁ ବିଶେଷ ରିହାତି

ଭୁବନେଶ୍ୱର,୭।୨(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। କଶ୍ମୀର ଘରୋଇ ଟୁର୍‌ ଅପରେଟର ସଂଘ ପକ୍ଷରୁ ଭୁବନେଶ୍ୱରରେ ରୋଡ୍‌ ଶୋ କରାଯାଇଛି। ଏହି ଶୋରେ ଓଡ଼ିଆ ପର୍ଯ୍ୟଟକଙ୍କ ପାଇଁ ଟୁର୍‌ ଅପରେଟର ପକ୍ଷରୁ ୨୦ ପ୍ରତିଶତ , ହୋଟେଲ ୩୦ ପ୍ରତିଶତ ଏବଂ ହାଉସବୋଟସ୍‌ରେ ୫୦ ପ୍ରତିଶତ ରିହାତି ଉପଲବ୍ଧ କରାଯିବ ବୋଲି କୁହାଯାଇଛି। ଓଡ଼ିଶାବାସୀଙ୍କ ସହଯୋଗ ଦ୍ୱାରା ଜମ୍ମୁ ଓ କଶ୍ମୀର ପର୍ଯ୍ୟଟନ ଆହୁରି ବିକଶିତ ହୋଇପାରିବ ବୋଲି ଗଲଫ୍‌ କୋର୍ସର ପରିଚାଳନା ନିର୍ଦ୍ଦେଶକ ନଜହାତ୍‌ ଗୁଲ କହିଛନ୍ତି। ଏହି ଅଫର ଚଳିତ ବର୍ଷ ଶେଷ ଯାଏ ଓଡ଼ିଆ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ବୋଲି ହମିଦ୍‌ ୱଙ୍ଗନୁ ସୂଚନା ଦେଇଛନ୍ତି। ଏହି ରୋଡ୍‌ ଶୋରେ ଓଡ଼ିଶା ପର୍ଯ୍ୟଟନ ନିଗମ(ଓଟିଡିସି) ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।

Share