ଜରପଡା ଥାନା ଅଞ୍ଚଳରୁ ନଷ୍ଟ କରାଗଲା ୩୨୦ ଗଞ୍ଜେଇ ଗଛ

ଛେଣ୍ଡିପଦା,୨୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଅବକାରୀ ପୋଲିସ ଓ ବନବିଭାଗ ମିଳିତ ଚଢାଉରେ ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି।
ପ୍ରକାଶ ଯେ, ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗ, ଜରପଡା ପୋଲିସ ଓ ଜରପଡା ବନ ବିଭାଗ ପକ୍ଷରୁ କଞ୍ଜରା ବଣୁଆ ସାହିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବଣୁଆ ସାହିଠାରୁ ୩୦୦ ମିଟର ଦୂର ଏକ ହରଡ ବଗିଚା ମଧ୍ୟରେ ଚାଷ ହୋଇଥିବା ୩୨୦ଟି ଗଞ୍ଜେଇ ଗଛକାଟି ସଫା କରିବା ସହିତ ଉକ୍ତ ଗଛଗୁଡିକୁ ନିରାପଦ ଜାଗାରେ ପୋଡି ଦିଆଯାଇଥିଲା। ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର ଅବକାରୀ ନିରୀକ୍ଷକ କରୁଣା ଶଙ୍କର ତିଓ୍ବାରୀ, ଦିଲୀପ କୁମାର ବେହେରା, ଉପ ନିରୀକ୍ଷକ ଅରବିନ୍ଦ ରାଉତରାୟ, ଫରେଷ୍ଟର ଗଗନ ମହାପାତ୍ର ପ୍ରମୁଖଙ୍କ ସହ ଜରପଡ଼ା ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।