ଜରପଡା ଶିବ ମନ୍ଦିରରୁ ଚୋରି

ଛେଣ୍ଡିପଦା,୨୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜରପଡା ଧବଳେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ସେଥିରୁ ଗହଣା ଓ ଟଙ୍କା ଚୋରି କରିନେଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଗୋଟିଏ ହୁଣ୍ଡିରୁ ସବୁ ଅର୍ଥ ନେଇ ହୁଣ୍ଡିକୁ ଜଙ୍ଗଲରେ ଫୋପାଡି ଫେରାର ହୋଇଯାଇଥିଲେ। ଏନେଇ ଶିବ ମନ୍ଦିରର ପୂଜକ ଶନିବାର ସକାଳେ ମନ୍ଦିର କମିଟିକୁ ଅବଗତ କରାଇଥିଲେ। ଖବରପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Share