Categories: ଖେଳ

ଜରିନ୍‌ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍‌

ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍‌ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ କେବଳ ହରାଇବାର ମୋ ପାଇଁ କେବଳ ମାତ୍ର ଏକ ଔପଚାରକିତା ବୋଲି ସେ କହିଛନ୍ତି। ୫୧ କେ.ଜି. ବର୍ଗରେ ଲଢୁଥିବା ମେରୀକମ୍‌ଙ୍କ ସହିତ ଲଢ଼ିବାକୁ ଜରିନ ପୂର୍ବରୁ ଆହ୍ବାନ୍ନ ଦେଇଥିଲେ ଓ ପରେ ଏ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ଜରିନ ମେରୀକମ୍‌ଙ୍କ ସହ ଏକ ଟ୍ରାଏ ବାଉଟ୍‌ ପାଇଁ ଦାବି କରିଥିଲେ। ଏହି ଇଭେଣ୍ଟ ପାଇଁ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ମେରୀକମ୍‌ଙ୍କ ନାମ ଘୋଷଣା କରିଥିଲା। ବିଏଫ୍‌ଆଇ ନିଷ୍ପତ୍ତି ନେଇସାରିଥିବା ବେଳେ ନିୟମର ପରିବର୍ତ୍ତନ ପରିପାରିବି ନାହିଁ । ତେଣୁ ଜରିନ୍‌ଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ଟ୍ରାଏଲ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।
ସାଫ୍‌ ଗେମ୍ସ ପରଠାରୁ ତାଙ୍କୁ ବହୁବାର ପ୍ରରାସ୍ତ କରିଛି। ତେବେ ଏହା ସତ୍ତ୍ୱେ ସେ ମୋତେ ଚ୍ୟାଲେଞ୍ଜ କରିଆସୁଛନ୍ତି। ଅଲିମ୍ପିକ୍ସରେ କିଏ ମେଡାଲ ଜିତିବ ତାହା ବିଏଫ୍‌ଆଇ ଅବଶ୍ୟ ଜାଣିଛି ବୋଲି ମେରୀକମ୍‌ କହିଛନ୍ତି। କେତେ ଲୋକ ମୋତେ ଈର୍ଷା କରୁଛନ୍ତି। ଅତୀତରେ ମଧ୍ୟ ଏଭଳି ବହୁବାର ହୋଇଛି। ରିଙ୍ଗ୍‌ରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। କାହା ବିରୋଧରେ କିଛି କହିବାକୁ ଚାହୁଁନାହିଁ। ଗତ ୨୦ ବର୍ଷ ହେବ ରିଙ୍ଗ୍‌ରେ ଲଢ଼ି ଆସୁଛି। ତେଣୁ ଚ୍ୟାଲେଞ୍ଜ କରିବା ସହଜ, କିନ୍ତୁ ରିଙ୍ଗ୍‌ରେ ପ୍ରଦର୍ଶନ କରିବା କଷ୍ଟକର ବୋଲି ମେରୀକମ କହିଛନ୍ତି।
ପୁରୁଷ ଦଳ ଚୟନ ପାଇଁ ବିଏଫ୍‌ଆଇ ଅଲଗା ନିଷ୍ପତ୍ତି ନେଇଛି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ଯେଉଁମାନେ ପଦକ ଜିତିଛନ୍ତି ସେମାନେ ସିଧାସଳଖ ଚାଇନାରେ ଖେଳାଯିବାକୁ ଥିବା ପ୍ରଥମ ଅଲିମ୍ପିକ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ହାସଲ କରିବେ ବୋଲି ବିଏଫ୍‌ଆଇ କହିଛି। ତେବେ ମହିଳା ବିଭାଗରେ କଥା ଅଲଗା ହୋଇଛି। ବିଶ୍ୱ ଚାମ୍ପିୟନଶିପ୍‌ରେ କେବଳ ଯେଉଁମାନେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି ସେମାନେ ସିଧାସଳଖ କ୍ୱାଲିଫାୟର ଖେଳିବେ। ଏହି କ୍ୱାଲିଫାୟର ଫେବୃୟାରୀରେ ଖେଳାଯିବ। ଜରିନ୍‌ଙ୍କ ଏହି ଦାବି ପରେ ବିଏଫ୍‌ଆଇ ଆସନ୍ତା ସପ୍ତାହରେ ଚୟନ କମିଟି ବୈଠକ ଡାକିଛି। ଚୟନ ପ୍ରକ୍ରିୟାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ରକ୍ଷା କରାଯିବା ଉଚିତ ବୋଲି ମେରୀକମ କହିଛନ୍ତି। ମେରୀକମ୍‌ ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ହାସଲ କରିବା ସହ ୬ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାଲ କରିଛନ୍ତି। କିଛି ଦିନ ତଳେ ସେ ଏହି ଇଭେଣ୍ଟରେ ବ୍ରୋଞ୍ଜ୍‌ ଜିତିଥିଲେ।

Share