ଜରୁରିକାଳୀନ ସେବାରେ ଲାଗିବେ ଶିକ୍ଷକ

ଜୟପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ଲକ୍‌ ଡାଉନ ବେଳେ ହିତାଧିକାରୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କାମରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ଏବେ ଜରୁରିକାଳୀନ କାର୍ଯ୍ୟରେ ନିୟୋଜିତ କରିବ ସ୍ବାସ୍ଥ୍ୟ ବିଭାଗ। ଜିଲାର ଜୟପୁର ବ୍ଲକର ୧୨୦, କୋରାପୁଟ ୬୦, ସେମିଳିଗୁଡ଼ା ୬୦ ଓ କୋଟପାଡ଼ର ୨୦ ଜଣ ଶିକ୍ଷକଙ୍କୁ ଏଥିରେ ନିୟୋଜିତ କରିବା ପାଇଁ ଜିଲା ପ୍ରଶାସନ ତାଲିକା ମାଗିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜୟପୁର, କୋରାପୁଟ, କୋଟପାଡ଼ ଓ ସୁନାବେଡ଼ାର ୪ଟି ପୌରାଞ୍ଚଳ ପାଇଁ ପ୍ରସ୍ତୁତ ରହିଥିବା ଜରୁରିକାଳୀନ ସେବା ପାଇଁ ଯୁବକ, ପୁରୁଷ ଓ ବିଭିନ୍ନ ସାମାଜିକ କାମରେ ନିୟୋଜିତ ଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଜୟପୁର ବ୍ଲକରେ ୮୭୮ ଶିକ୍ଷୟିତ୍ରୀ, ଶିକ୍ଷକ ରହିଥିବା ବେଳେ ଟଙ୍କା ବଣ୍ଟନରେ ୪୦ ଜଣ, ଚାଉଳ ବଣ୍ଟନରେ ୮୦ ଜଣ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ରାସ୍ତାକଡ଼ ପାଉଁଶରେ ପଡି ଶିଶୁ ମୃତ୍ୟୁ ଘଟଣା: ଗିରଫ ହେଲେ ରାଇସ୍ ମିଲ୍ ମାଲିକ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ...

କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ପୁରୁଷବନ୍ଧୁ, ଥାନା ଘେରାଉ କଲେ କିନ୍ନର ସଂଘ  

ଦିଗପହଣ୍ଡି,୧୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ଶନିବାର ସକାଳେ ଦିଗପହଣ୍ଡି ସ୍ଥିତ ମା’ ଗୌରୀ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ପୋଲ କାମ ବେଳେ ପଥର ବିସ୍ଫୋରଣ, ଚାଲିଗଲା ଶ୍ରମିକଙ୍କ ଜୀବନ

ବେଲଗୁଣ୍ଠା,୧୬ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଜାଲଖାଇ ବ୍ରିଜ୍‌ କାମ ବେଳେ ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ...

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image