ଜରୁରୀ ରୋଗୀ ସେବା ପାଇଁ ୧୦ଅଟୋକୁ ଅନୁମତି

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଜରୁରୀକାଳିନ ସେବା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଲୋକଙ୍କ ସୁବିଧା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀଙ୍କୁ ନେବା ଆଣିବା ପାଇଁ ୧୦ଟି ଅଟୋକୁ ଅନୁମତି ପ୍ରଦାନ କରାଯାଇଛି। ବୁଧବାର ବାଲିଗୁଡ଼ା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଡିଏସ୍‌ପି, ବାଲିଗୁଡ଼ା ଏସ୍‌ଡିପିଓ ଏହାକୁ ବିଧିବଧ ଭାବେ ଉଦଘାଟନ କରିଛନ୍ତି। ସମାଜିକ ଦୁରତ୍ୱ ରଖିବା ସହ ଅଟୋ ଚାଳକଙ୍କୁ ମିଶାଇ ମାତ୍ର ୩ଜଣ ରୋଗୀ ଏବଂ ରୋଗୀଙ୍କୁ ସହାୟତା ପାଇଁ ଜଣେ ଯାତ୍ରା କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରିବେ। ଏନେଇ ସ୍ଥାନୀୟ ଅଟୋ ସଂଘ ସହ ପ୍ରଶାସନ, ପୋଲିସର ଆଲୋଚନା ପରେ ଜନହିତକର କାର୍ଯ୍ୟ ପାଇଁ ଘରୋଇ ଯାତ୍ରୀବାହି ଅଟୋକୁ ନିୟୋଜିତ କରାଯାଇଥିବା କୁହାଯାଇଛି।

Share