Categories: ଖେଳ

ଜର୍ମାନୀରେ ଫସିଲେ ବିଶ୍ୱ ଚାମ୍ପିୟନ ଚେସ ଖେଳାଳି ବିଶ୍ୱନାଥନ

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ପ୍ରକୋପ ଯୋଗୁ ବିଶ୍ୱର ସମସ୍ତ କ୍ରୀଡ଼ା ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଚେସ୍‌ କ୍ରୀଡ଼ା ମଧ୍ୟ ବର୍ତ୍ତି ପାରିନାହିଁ। ବୁଣ୍ଡେସଲିଗା ଚେସ ଲିଗ୍‌ ବାତିଲ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଜର୍ମାନୀ ଯାଇଥିବା ପାଞ୍ଚ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ସେଠାରେ ଫସିରହିଛନ୍ତି। ତାଙ୍କର ସୋମବାର ଜର୍ମାନୀରୁ ଚେନ୍ନାଇ ଫେରିବାର ଥିଲା। କିନ୍ତୁ ଭାଇରସ ଯୋଗୁ ବିଶ୍ୱନାଥଙ୍କୁ ଜର୍ମାନୀରେ ଅଟକିବାକୁ ପଡ଼ିଛି। ୫୦ ବର୍ଷୀୟ ଆନନ୍ଦ ଫ୍ରାଙ୍କଫଟ ନିକଟରେ ରହିଛନ୍ତି ବୋଲି ସ୍ତ୍ରୀ ଅରୁଣା କହିଛନ୍ତି। ଚେସ୍‌ ଆଇକନ ଏବେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବେ। ଏହି ସମୟରେ ସେ ରୁଷିଆର ଏକାଟେରିନବର୍ଗଠାରେ ଫିଡେ କ୍ୟାଣ୍ଡିଡେଟ୍‌ ଟୁର୍ନାମେଣ୍ଟରେ କମେଣ୍ଟ୍ରି କରିବେ। ଏଥିଯୋଗୁ ସେ ବ୍ୟସ୍ତ ରହିବେ। ତାଙ୍କ ଫେରିବା ଯୋଜନା ସମ୍ପର୍କରେ କିଛି ସ୍ପଷ୍ଟ ଜଣାନାହିଁ। ମାତ୍ର ଚଳିତ ମାସ ଶେଷ ଭାଗରେ ସେ ଫେରିପାରନ୍ତି ବୋଲି ତାଙ୍କ ସ୍ତ୍ରୀ ଅରୁଣା କହିଛନ୍ତି। ପରିସ୍ଥିତି ସଂଘାତିକ। କିନ୍ତୁ ଆମେ ଯୋଗାଯୋଗରେ ଅଛୁ ବାଲି ସେ କହିଛନ୍ତି।

Share