ବଲିଉଡ୍ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍ର ସଫଳ ହେବା ପରେ ଅଭିନେତା ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍ରେ ନଜର ଆସିବେ। ଗତ ଏପ୍ରିଲ ମାସରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍ ପାଇଁ ସେ ସାଇନ୍ କରିଛନ୍ତି। ଫିଲ୍ମର କାହାଣୀ ଜଣେ ଅସଫଳ କ୍ରିକେଟର ଉପରେ ଆଧାରିତ। ଏଥିରେ ଶାହିଦଙ୍କୁ ଜଣେ କ୍ରିକେଟର ଚରିତ୍ରରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେବେ ମୂଳ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି। ଆସନ୍ତା ଅଗଷ୍ଟ ୨୧ରେ ଏହା ରିଲିଜ୍ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ଶାହିଦଙ୍କୁ ‘ଦିଲ୍ ବୋଲେ ହଡ୍ଡିପା’ରେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିଥିଲା।