Categories: ଗଞ୍ଜାମ

ଜଳଛତ୍ରରୁ ପାଣି ପିଉନାହାନ୍ତି ଲୋକେ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଏନଏସିର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ଏହି ପାଣି ପିଇବାକୁ ଅମଙ୍ଗ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଜଳଛତ୍ର ଉପରେ ନଡ଼ା ଛପର ନଥିବା ଯୋକୁ ଖରାପଡି ପାଣି ଗରମ ହୋଇଯାଉଛି। ଫଳରେ ଲୋକେ ଏହାକୁ ପିଉନାହାନ୍ତି। ଅପରପକ୍ଷରେ ଜଳଛତ୍ର ନିକଟରେ ଗ୍ଲାସଟିଏ ସୁଦ୍ଧା ରଖାଯାଇନାହିଁ। ପ୍ରତ୍ୟହ ଟାଙ୍କିରୁ ବାସୀ ପାଣି ସଫା କରି ପୁଣି ପାଣି ଭର୍ତ୍ତି କରିବା ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ତେଣୁ ଜଳଛତ୍ରର ପ୍ରକୃତ ଦୃଷ୍ଟି ଦିଆଯାଉନଥିବା ଯୋଗୁ ଏହାର ପାଣି ପିଉନାହାନ୍ତି ଲୋକେ। ଫଳରେ ସରକାର ପଥଚାରୀଙ୍କୁ ଦୃଷ୍ଟିରେ ରଖି କରିଥିବା ଏହି ଯୋଜନା ବାଟବଣା ହେଉଛି। ନଁାକୁ ମାତ୍ର କେବଳ ଜଳଛତ୍ର କରି ବିଲ୍‌ କରାଯାଉଛି। ତେଣୁ ତୁରନ୍ତ ଏହାର ପ୍ରତିକାର ପାଇଁ ସାଧାରଣରେ ଦାବି ହେଉଛି।