ଜୟପୁର,୩୧।୫: ରାଜସ୍ଥାନର ଜୟପୁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ପୋଲିସ ପହଞ୍ଚି ଜଳୁଥିବା ଚିତାରେ ପାଣି ଢାଳି ଦେଇଛି। ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ପୋଲି ଜୟପୁରର ଏସଏମଏସ ହସ୍ପିଟାଲକୁ ନେଇଥିଲା। ସେଠାରେ ମୃତକଙ୍କ କରୋନା ନମୁନା ନିଆଯିବା ପରେ ପୋଷ୍ଟମର୍ଟମ କରାଯାଉଛି। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ପରିବାର ଲୋକ କାହାକୁ ନ ଜଣାଇ ଜୋ୍ୟାତିନଗର ଅଞ୍ଚଳରେ ଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରୁଥିଲେ। ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ମୃତଦେହ ଜବତ କରିଥିଲା।