ଜଳପଥରେ ଦୁର୍ଗମ ଗ୍ରାମକୁ ଗଲେ ଉପଜିଲାପାଳ: ସ୍ଥାନାନ୍ତର ହେବେ ୭୫ ଆଦିବାସୀ ପରିବାର

ପାତ୍ରପୁର,୮ା୯(ଡି.ଏନ୍‌.ଏ.)- ବାଘଲଟି ପ୍ରକଳ୍ପ ଆରପଟେ ପାହାଡ଼ ଉପରେ ଥିବା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମକୁ ରବିବାର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ତହସିଲଦାର ଡ. ଶ୍ରୀନିବାସ ବେହେରା ଗସ୍ତ କରିଛନ୍ତି। ସେହି ଗ୍ରାମ ଗୁଡିକ ହେଲା ବଣିଆବସା, ଶିରିଶଗଣ୍ଡ, ମଝିବଣ, ଏଲଗଲ, ବେହେରାପୁଟୁ ପ୍ରମୁଖ। ବାଘଲଟି ଜଳ ପ୍ରକଳ୍ପରୁ ବୋଟଯୋଗେ ଉପଜିଲାପାଳ, ତହସିଲଦାର, ଖାରିଆଗୁଡ଼ା ଆର୍‌ଆଇ କ୍ଷୀରସିନ୍ଧୁ ବେହେରା, ଜରଡ଼ା ଆର୍‌ଆଇ ପ୍ରକାଶ ମଲିକ ପ୍ରମୁଖ ଯାଇ ସେଠାରେ ପହଞ୍ଚତ୍ଥିଲେ। ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜଳଭଣ୍ଡାର ଆରପଟେ ରହୁଥିବାରୁ ବିପଦପୂର୍ଣ୍ଣ ଭାବେ ଗମନାଗମନ ସହ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ପାହାଡ ଉପରୁ ଆସି ଜଳଭଣ୍ଡାର ଆରପଟେ ସମତଳ ଜାଗାରେ ରହିବାକୁ ଉପଜିଲାପାଳ ଭାଉସାହେବ ପରାମର୍ଶ ଦେଇଥିଲେ। ତିତ୍‌ଲି ବାତ୍ୟାରେ କ୍ଷତିଗ୍ରସ୍ଥ ଆଦିବାସୀଙ୍କୁ ଏଯାଏ କ୍ଷତି ପୂରଣ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ଅଁଳାଗୁମ୍ମା ଓ ମାଡୁଆଗୁମ୍ମା ନିକଟରେ ତହସିଲଦାର ଓ ଆର୍‌ଆଇଙ୍କ ସହ ଉପଜିଲାପାଳ ଚିହ୍ନଟ ହୋଇଥିବା ଜାଗା ଦେଖିଥିଲେ। ୭୫ ଆଦିବାସୀ ପରିବାରଙ୍କୁ ସ୍ଥାନାନ୍ତର ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା।