Categories: ଫୁରସତ

ଜଳପରି ହେବା ପାଇଁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା

ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଏମାନେ ଜଳପରି ଭାବେ ନିଜକୁ ସଜାଇବା ପାଇଁ ଏମିତି କରିଥିବା କହିଛନ୍ତି। ସବୁବେଳେ ଡିଜନି ଚ୍ୟାନେଲ ଦେଖି ଏମାନେ ଜଳପରି ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ସମୁଦ୍ରର ମାଛମାନଙ୍କ ସହ ପହଁରିବାକୁ ମଧ୍ୟ ଏମାନେ ଭଲ ପାଆନ୍ତି। ଏଥିପାଇଁ ସିଲିକନ୍‌ରେ ମାଛ ଲାଞ୍ଜ ପରି ପୋଷାକ ତିଆରି କରିବାକୁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଜେସିକା ଓ ଅମୋଲିୟା ଗୋଟିଏ ପରିବାରର ନ ହେଲେ ମଧ୍ୟ ଏମାନେ ଭଲ ସାଙ୍ଗ। ପ୍ରଥମେ ୨୦୦୮ରେ ଏଡିଥ୍‌ କୋଏନ ୟୂନିଭର୍ସିଟିରେ ଆର୍ଟସ୍‌ ଆଣ୍ଡ ଭିଜୁଆଲ ଫଟୋଗ୍ରାଫି ପଢୁଥିବା ସମୟରେ ଏମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଆଉ ଉଭୟଙ୍କ ମନ ମିଶୁ ଥିବାରୁ ପରେ ସେମାନେ ମିଶି ଜଳପରି ହେବାକୁ ଚିନ୍ତା କରିଥିଲେ। ଆମୋଲିୟା କହିଛନ୍ତି ପିଲାଦିନେ ସେ ଯେତେବେଳ ତାଙ୍କ ମାଆଙ୍କ ସହ ସମୁଦ୍ର କୂଳକୁ ଆସନ୍ତି ସେତେବେଳେ ତାଙ୍କୁ ସମୁଦ୍ରରେ ଗାଧୋଇବାକୁ ବା ପହଁରିବାକୁ ଭାରି ଭଲ ଲାଗେ। ଆଉ ଏବେ ଦୁଇ ସାଙ୍ଗ ସମୁଦ୍ରରେ ସାର୍କ ଓ କଇଁଛଙ୍କ ସହ ପହଁରୁଥିବା କୁହନ୍ତି। କେବଳ ସେତିକି ନୁହେଁ ଲୋକେ ଏମାନଙ୍କୁ ଦେଖିବାକୁ ରୁଣ୍ଡ ହେଉଥିବା ମଧ୍ୟ ସେମାନେ କୁହନ୍ତି।

Share