Categories: ଜାତୀୟ

ଜଳପ୍ରଳୟରୁ ବଞ୍ଚାଇଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ସାଙ୍ଗଲି,୧୨।୮: ଗତ କିଛି ଦିନ ହେବ ମହାରାଷ୍ଟ୍ର ସାଙ୍ଗଲିରେ ବନ୍ୟା ବିତ୍ପାତ ଦେଖାଦେଇଛି। ସେଠାରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ଲୋକଙ୍କୁ ଜଳବନ୍ଦୀରୁ ଉଦ୍ଧାରି କରି ସେନା, ନୌସେନା ଓ ରାଜ୍ୟ ପୋଲିସ ସୁରକ୍ଷିତ ସ୍ଥାନକୁ ନେଇ ତାଙ୍କର ଜୀବନ ବଞ୍ଚାଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାର ଠିକ୍‌ ଆଗରୁ ଏହି ସଙ୍କଟ ସମୟରୁ ନିଜର ଜୀବନକୁ ବାଜି ଲଗାଇ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରିଥିବା ଯବାନମାନଙ୍କ ହାତରେ ସାଙ୍ଗଲିର ମହିଳାମାନେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହିଳାମାନେ ଯବାନଙ୍କୁ ରାକ୍ଷୀ ବାନ୍ଧୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳାମାନେ ଯବାନଙ୍କ ମୁଣ୍ଡରେ ଟିକା ଲଗାଇ ବନ୍ଦାପନା କରିବା ପରେ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଯବାନମାନେ ମଧ୍ୟ ମହିଳାମାନଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ। ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଚାରିଆଡେ ‘ଭାରତ ମାତା କି ଜୟ’ ର ସ୍ଲୋଗାନ୍‌ ଗୁଞ୍ଜରିତ ହୋଇ ଉଠିଥିଲା।

Share