Advertisement

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୭୦ରୁ ୮୦ ବର୍ଷ ମଧ୍ୟରେ ଏହା ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଆଗାମୀ ୨୦ ବର୍ଷ ବଳେକୁ ପ୍ରବାଳ ପ୍ରାଚୀରର ୭୦ରୁ ୯୦ ପ୍ରତିଶତ ଲୋପ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ନ୍ୟାଶନାଲ୍‌ ଓସୋନିକ୍‌ ଆଣ୍ଡ୍‌ ଆଟମସ୍‌ଫେରିକ୍‌ ଆଡମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି ଯେ, ୨୦୪୫ ବେଳକୁ ସମୁଦ୍ରର ପ୍ରବାଳ ପ୍ରାଚୀର ବହୁମାତ୍ରାରେ ନଷ୍ଟ ହୋଇଯିବ। ସମୁଦ୍ର ଜଳରେ ବୃଦ୍ଧି ପାଉଥିବା ବିଭିନ୍ନ ଅମ୍ଳ(ଏସିଡ୍‌)ର ପରିମାଣ ସହିତ ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି, ପ୍ରଦୂଷଣ, ଜନସଂଖ୍ୟା ବୃଦ୍ଧି ତଥା ମାଛଧରା କାର୍ଯ୍ୟ ଯୋଗୁ ପ୍ରବାଳ ପ୍ରାଚୀରର ବିକାଶରେ ବାଧା ସୃଷ୍ଟି ହେଉଥିବା ରିପୋର୍ଟ ଉଲ୍ଲେଖ ରହିଛି। ଚଳିତ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ କାଲିଫର୍ନିଆ ଲୋହିତ ସାଗରରେ ଥିବା ଲାଲ ପ୍ରବାଳ ରହିବାର ଆଶା ଥିବା କୁହାଯାଉଛି। ଅଷ୍ଟ୍ରେଲିଆରେ ଥିବା ଗ୍ରେଟ୍‌ ବାରିଅର ରିଫ୍‌ର ୨୩୦୦ କିମି ପ୍ରବାଳ ପ୍ରାଚୀର ନଷ୍ଟ ହେଉଥିବାରୁ ପରିବେଶ୍‌ବିତ୍‌ମାନେ ଚିନ୍ତିତ ରହିଛନ୍ତି। ୨୦୧୬-୧୭ରେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share