ନୂଆଦିଲ୍ଲୀ,୧୪।୧୧: ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ। ଏନେଇ ଲାନସେଟ୍ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତୀୟ ଶିଶୁଙ୍କ ଉପରେ କୁପୋଷଣ, ଅତ୍ୟଧି ଉତ୍ତାପ ଏବଂ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ପଡୁଥିବାବେଳେ ପରବର୍ତ୍ତୀ ସମୟରେ ଏହାଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ୪୧ ମୁଖ୍ୟ ମାନକ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶ୍ୱ ବ୍ୟାଙ୍କ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ୩୫ଟି ସଂସ୍ଥାର ୧୨୦ଜଣ ବିଶେଷଜ୍ଞଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏବେ ବିଶ୍ୱ ତାପନ ୨ ଡିଗ୍ରୀ ସେଲସିୟସ୍ ବଢ଼ିଥିବାରୁ ଏହାର ନକାରାତ୍ମକ ପ୍ରଭାବ ଶିଶୁଙ୍କ ଉପରେ ପଡୁଛି। ୨୦୦୧ଠାରୁ ପୃଥିବୀର ୧୯୬ ଦେଶ ମଧ୍ୟରୁ ୧୫୨ଟିରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା, ମରୁଡ଼ି ଏବଂ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ଲଗାତାର ଘଟୁଛି। ଏହାର ପ୍ରଭାବ ଯୋଗୁ ଶିଶୁଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାେ ରିପୋର୍ଟରେ କୁହାଯାଇଛି।