ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା : ଜଳ ସଂରକ୍ଷଣ, ପ୍ରୋତ୍ସାହନ ନିମନ୍ତେ ଆଲୋଚନା

କର୍ଲାମୁଣ୍ଡା,୨୫।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଗେଡା ଗ୍ରାମପଞ୍ଚାୟତଠାରେ ସରପଞ୍ଚ ସୁଶାନ୍ତ ପରିଡାଙ୍କ ସଭାପତିତ୍ୱରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଳ ସଂରକ୍ଷଣ, ବର୍ଷାଜଳ ଅମଳ ଓ ସଂରକ୍ଷଣ ସମ୍ପର୍କରେ ଜଳଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣ ଓ ପ୍ରୋତ୍ସାହନ ନିମନ୍ତେ ଆଲୋଚନା କରାଯାଇଥିଲା। ପୋଖରୀ ଖନନ, ଜଳାଶୟ ନିର୍ମାଣ, ପଙ୍କଉଦ୍ଧାର ସଫେଇ, ଛୋଟ ଛୋଟ ନଦୀ, ନାଳରେ ଚେକଡ୍ୟାମ ନିର୍ମାଣ, ଜମିରେ ହୀଡ ତିଆରି, ଫାର୍ମ ଖୋଲିବା, ରିଚାର୍ଜ ପିଟ ଖୋଲିବା, ବ୍ୟକ୍ତିଗତ ଘର ଛାତ ଉପରେ ବର୍ଷାଜଳ ଅମଳ କରିବା ପାଇଁ ପ୍ରସ୍ତାବଗୁଡିକ ଅନୁମୋଦନ ହୋଇଥିଲା। ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ରମେ ମହଲା, ନୋଡାଲ ଅଫିସର ଓଁ ଜଗଦୀଶ ଜାନୀ, ସମତି ସଭ୍ୟ ଅରବିନ୍ଦ ଚୌଧୁରୀ ଅଂଶ ଗ୍ରହଣ କରିଥିଲେ।