‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି ହୋଇ ସମ୍ମିଳିତ ଲଢେଇ କରିବାର ବେଳ ଆସିଛି । ବିଶେଷକରି ଜିଲାର ବଡବିଲ ଓ ଏହା ଆଖପାଖ ଅଞ୍ଚଳରେ ପ୍ରାକୃତିକ ଜଳ ସମ୍ପଦର ସୁରକ୍ଷା ସାଙ୍ଗକୁ ଏହାର ଅପବ୍ୟବହାର ରୋକିବାକୁ ଭାରତର ଜଳପୁରୁଷ ଭାବେ ପରିଚିତ ଜଳସଂରକ୍ଷଣକାରୀ ତଥା ପରିବେଶବିତ୍‌ ରାଜେନ୍ଦ୍ର ସିଂହ ଦାବି କରିଛନ୍ତି।
କେନ୍ଦୁଝର ଜିଲା ଖୋଡାସ୍ଥିତ ସୁନା ନଦୀ ଓ ବଡବିଲସ୍ଥିତ କାରୋ ନଦୀର ସୁରକ୍ଷା ଲାଗି ଏହି ଅଞ୍ଚଳରେ ‘ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ’ ମୁଣ୍ଡ ଟେକିଛି। ଆନ୍ଦୋଳନର ଆବାହକ ଅଶୋକ ଠକ୍କରଙ୍କ ଅନୁରୋଧ କ୍ରମେ ଭାରତର ଜଳପୁରୁଷ ରାଜେନ୍ଦ୍ର କେନ୍ଦୁଝର ଗସ୍ତରେ ଆସି ସୋମବାର ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ ଏବଂ ଆନ୍ତର୍ଜାତୀୟ ବୁଡାଳୀ ସବିର ବକ୍ସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସିଥିବା ଜଳପୁରୁଷ ରାଜେନ୍ଦ୍ର ଯୋଡା ବଡବିଲକୁ ଆସି ରବିବାର ସୁନା ନଦୀରୁ ଜଳ ଶୋଷଣ ଏବଂ ସୁନା ନଦୀର ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ କରି ବଡବିଲରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟାରେ ବେଡବିଲ ଅଞ୍ଚଳର ଦଲକି ନାଳ ପରିଦର୍ଶନ କରିଥିଲେ। ଦେଶ ସ୍ବାଧୀନ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜଳାଭାବକୁ ଦୂରକରିବା ଲାଗି ବାର୍ଡ କମ୍ପାନୀ ତରଫରୁ ପ୍ରାୟ ୧୯୩୯ରେ ନିର୍ମିତ ହୋଇଥିବା ଡ୍ୟାମ ଦୀର୍ଘ ୩୫ ବର୍ଷ ହେବ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଜଳ ସଂରକ୍ଷଣ ହୋଇପାରୁ ନାହିଁ ା ମାଟି ଚରିଯାଇ ଉକ୍ତ ପ୍ରକଳ୍ପ ପୋତିହୋଇ ପଡିଛି। ପ୍ରାକୃତିକ ଝର ଲୋପପାଇ ଯିବାକୁ ବସିଲାଣି। ରାଜ୍ୟ ସରକାର ଡ୍ୟାମର ପୁନଃ ନିର୍ମାଣ ଲାଗି ଆଗ୍ରହ ପ୍ରକାଶ କରି ଖଣି ଖାଦାନ ଚାଲିଥିବା ପାହାଡରେ ସବୁ ଝରଣାର ସଂରକ୍ଷଣ କରିବା ଉଚିତ ବୋଲି ସେ କହିଥିଲେ।
କାରୋ ନଦୀରୁ ସାନ୍ତବାହାଳ ଓ ବଲାଣୀ ରାସ୍ତା ନିକଟରୁ ଏକ କମ୍ପାନୀ ସ୍ବଚ୍ଛ ଜଳ ନେଇ ପ୍ରଦୂଷିତ ଜଳ ନଦୀକୁ ନିଷ୍କାସନ କରୁଥିବା ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। କାରୋ ନଦୀର ଜଳକୁ ପ୍ରଦୂଷିତ କରାଯିବା ଘଟଣା ନେଇ ଜଳପୁରୁଷ ରାଜେନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ କହିଥିଲେ, ଆମ ପରିବେଶ ଆମ ଜୀବନ। ତାହାର ସୁରକ୍ଷା ଆମର ଦାୟିତ୍ୱ। ଏ ନେଇ ଆନ୍ଦୋଳନ ଜାରି ରଖିବାକୁ ପଡିବ । ବିପଦରେ ପଡିଥିବା ଯୋଡା-ବଡବିଲର ପ୍ରାକୃତିକ ଜଳ ସମ୍ପଦ ଅଞ୍ଚଳ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଦେବକାନ୍ତ ଦାସ, ଶଙ୍କର କୋନାର ଓ ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଡବିଲ ମହାନ୍ତବସ୍ତି ସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ନଦୀଗର୍ଭକୁ ଦୂଷିତ ଜଳ ନ ଛାଡିବାକୁ ଜଳପୁରୁଷ ରାଜେନ୍ଦ୍ର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri