ଜଳିଗଲା କୁକୁଡ଼ା ଦୋକାନ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର,୧୫।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡିଠାରୁ ୨୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଦୋକାନରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନ ମାଲିକ ଧର୍ମେନ୍ଦ୍ର ଦଳେଇ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣା ପଡି ନ ଥିବା ବେଳେ ଢେଙ୍କାନାଳ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଭିନ୍ନ ଆସବାବପତ୍ର, ବିକ୍ରି ପାଇଁ ଥିବା କୁକୁଡ଼ା ଜଳି ଯାଇଛନ୍ତି।