Categories: ଜାତୀୟ

ଜଳିଗଲା ୧୧୭ ବର୍ଷ ପୁରୁଣା ଚର୍ଚ୍ଚ

ଗୁଆହାଟୀ,୧୮ା୧୧(ପି.ଟି.): ମେଘାଳୟ ରାଜଧାନୀ ସିଲଂରେ ଥିବା ୧୧୭ ବର୍ଷର ପୁରୁଣା ଚର୍ଚ୍ଚରେ ରବିବାର ଅଗ୍ନିକାଣ୍ଡ ଘଟି ବୃଦ୍ଧ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କ୍ୱାଲପାଟିଠାରେ ଥିବା ଏହି ଚର୍ଚ୍ଚ ୧୯୦୨ରେ ସ୍ଥାପିତ ହୋଇଥିଲା। ସେଠାରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ବିଦ୍ୟୁତ ତାରରୁ ସ୍ପାର୍କ ହୋଇ ନିଆଁ ଲାଗିଯାଇଥିବା ବିଶ୍ୱାସ କରାଯାଉଛି। ଚର୍ଚ୍ଚଟି ସମ୍ପୂର୍ଣ୍ଣ ଜଳିଯାଇଛି। ଚର୍ଚ୍ଚ ପାଖରେ ଥିବା ଏକ ଘରେ ବୃଦ୍ଧ ଦମ୍ପତି ରହୁଥିଲେ। ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଭୋର ୪ଟା ବେଳେ ସ୍ଥାନୀୟ ଲୋକେ ଚର୍ଚ୍ଚରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସେଠାରେ ଜଗୁଆଳି ଥିବାରୁ କେହି ନିଆଁ ଲଗାଇଥିବା ସମ୍ଭାବନାକୁ ପୋଲିସ ଅସ୍ବୀକାର କରିଛି।

Share