ବାଲେଶ୍ୱର ଅଫିସ, ୨୯।୮- ବାଲେଶ୍ୱର ଷ୍ଟେଶନ ଛକରେ ଥିବା ୨ଟି ଉଠା ଦୋକାନରେ ବୁଧବାର ରାତି ୧୦ଟା ସମୟରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଅନ୍ୟଟିରେ ଆଂଶିକ ନିଆଁ ଲାଗିଛି। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।