ଜଳିଗଲା ୨ ବଖରା : ୭ ଗାଈ ଜୀବନ୍ତ ଦଗ୍ଧ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଗୋପବନ୍ଧୁନଗର ପଞ୍ଚାୟତର ଗଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାମଚନ୍ଦ୍ର ରାଉତ ଓ ଲକ୍ଷ୍ମଣ ରାଉତଙ୍କ ୨ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୭ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବରପାଇ ବାସୁଦେବପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।