Categories: ଭଦ୍ରକ

ଜଳିଗଲା ୩ ବଖରା

ବନ୍ତ, ୨୯ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ପଦିପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପୁରୁଷୋତ୍ତମ ପରିଡାଙ୍କ ୨ ବଖରା ଓ ରବିନାରାୟଣ ପରିଡାଙ୍କ ୧ ବଖରା ଜଳିଯାଇଛି। ଉକ୍ତ ୨ ପରିବାର କାଠ ମିସ୍ତ୍ରି ଭାବେ କାମ କରୁଥିଲେ। ଆଗରପଡା ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ଆଗରପଡା ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ଜେନା ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି।