ଜଳିଗଲା ୩ ବଖରା

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ସଂପାରୁ ପଞ୍ଚାୟତ କାଦୁଆ ମାଗୁରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସତ୍ୟରଞ୍ଜନ ନାୟକଙ୍କ ୩ ବଖରା ଘର ଜଳିଯିବା ସହ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ଜଳି ଯାଇଛି। ଖବର ପାଇ ଚଢ଼େଇଧରାସ୍ଥିତ ଧର୍ମଶାଳା ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ପ୍ରକାଶ ଯେ, ସନ୍ଧ୍ୟାବେଳେ ଘରେ ରୋଷେଇ ସମୟରେ କୌଣସି କାରଣବଶତଃ ଚୁଲିରୁ ନିଅଁା ଉଠି ଚାଳକୁ ଲାଗିଯାଇଥିଲା। ଅଚାନକ ନିଅଁା ବ୍ୟାପିଯାଇଥିବାରୁ ଆୟତ୍ତ କରିବା ସମ୍ବବ ହୋଇପାରି ନ ଥିଲା।