ଜଳିଗଲା ୪ ବଖରା: ନିଆଁରେ ପୋଡ଼ି ୨ ଗୁରୁତର

ତିହିଡ଼ି, ୨୫।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର ଶଶିକାନ୍ତ ମଳିକ ଓ ସୁଧୀର ମଳିକଙ୍କର ୨ ବଖରା ଲେଖାଏ ପୋଡ଼ିଯାଇଛି। ନିଆଁ ଲିଭାଉଥିବା ବେଳେ ପୋଡ଼ି ଯାଇ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଶଶିକାନ୍ତ ମଳିକ ଓ ସୁଧୀରଙ୍କ ସ୍ତ୍ରୀ ଗାୟତ୍ରୀ। ଦୁଇଜଣଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଦ୍ୟୁତ୍‌ ଶର୍ଟ୍‌ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତିହିଡ଼ିରୁ ଦମକଳ ଯାଇ ନିଆଁକୁ ଆୟତ୍ତ କରିଥିଲା।