ଜଳୁଛି ଆମାଜନ ଜଙ୍ଗଲ

ହୁମାଇଟା,୨୪।୮: ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଏହି ଚିରହରିତ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି। ଏହା ଉପରେ ଜରୁରୀ ଆଲୋଚନା ପାଇଁ ବିଶ୍ୱର ବିଶିଷ୍ଟ ନେତାମାନେ ଆହ୍ବାନ ଦେଇଛନ୍ତି। ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି।
୫୫ ଲକ୍ଷ ବର୍ଗ କିଲୋମିଟର ବ୍ୟାପୀ ଏହି ଜଙ୍ଗଲରେ ଚଳିତ ବର୍ଷ ୭୨,୮୪୩ଟି ସ୍ଥାନରେ ନିଆଁ ଲାଗିଛି, ଯାହା କି ସମ୍ପୂର୍ଣ୍ଣ ଜଙ୍ଗଲର ଅର୍ଦ୍ଧାଧିକ ଅଞ୍ଚଳ। ଜାତୀୟ ମହାକାଶ ଗବେଷଣା ଅନୁଷ୍ଠାନର ଉପଗ୍ରହ ତଥ୍ୟ ଅନୁଯାୟୀ ପୂର୍ବବର୍ଷ ତୁଳନାରେ ଏହି ଅଗ୍ନିକାଣ୍ଡ ୮୫ ପ୍ରତିଶତ ଅଧିକ। ଜଳବାୟୁ ପରିବର୍ତ୍ତନ ବିରୋଧରେ ସାରା ବିଶ୍ୱ ସଂଘର୍ଷ କରୁଥିତ୍ବାବେଳେ ଆମାଜନ ନିଆଁ ଏହାକୁ ବଡ଼ ଝଟକା ଦେଇଥିବା ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି।
ଆମାଜନ ଜଙ୍ଗଲରେ ନିଆଁ ଏକ ଅନ୍ତର୍ଜାତୀୟ ସମସ୍ୟା। ଚଳିତ ସପ୍ତାହରେ ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି୭ ସମିଟ୍‌ରେ ଏହା ଉପରେ ଆଲୋଚନା କରିବାକୁ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ‘ଆମ ଘର ଜଳୁଛି’ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ଏହା ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋଙ୍କ ନୀତିର ଅଂଶବିଶେଷ ବୋଲି ପରିବେଶ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା ପଥରେ ଥିବା ବ୍ରାଜିଲକୁ ରକ୍ଷା କରିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି। ବିଶ୍ୱର ବୃହତ କାର୍ବନ ଭଣ୍ଡାର ଆମାଜନ ବିଶ୍ୱ ତାପ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ୩ ନିୟୁତ ପ୍ରକାରର ଉଦ୍ଭିଦ ଓ ପ୍ରାଣୀଙ୍କ ସମେତ ୧୦ ଲକ୍ଷ ଆଦିମ ଅଧିବାସୀ ବସବାସ କରୁଛନ୍ତି। ନିଆଁ ଲିଭାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଦାବିରେ ବ୍ରାଜିଲର ବିଭିନ୍ନ ସହରରେ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଚାଷବାସ ପାଇଁ ଜମି ପ୍ରସ୍ତୁତ କରିବା ନିମନ୍ତେ ବେଆଇନ ଭାବେ ଜଙ୍ଗଲରେ ନିଆଁ ଲଗାଇଦିଆଯାଉଥିବା କୁହାଯାଉଛି। ସମ୍ପତ୍ତି ଆହରଣ ଲାଗି କେତେକ ଜଙ୍ଗଲରେ ନିଆଁ ଲଗାଉଥିବା କହୁଥିବାବେଳେ ମାଂସ ଶିଳ୍ପ ଅଗ୍ନିକାଣ୍ଡର ଅନ୍ୟତମ କାରଣ ବୋଲି କେତେକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!

ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ...

ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…

ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି।...

ଧରାପଡିଲା ବାଂଲାଦେଶର ବଡ ଚାଲ୍‌, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…

ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା...

ଆମେରିକାରେ ଭୟାବହ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୧।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏପରିକି ୩,୦୦୦ରୁ...

ଲସ ଏଞ୍ଜେଲ୍ସରେ ନିଆଁର ତାଣ୍ଡବ ଭିତରେ ପାଣିର ଅଭାବକୁ ନେଇ ରାଗିଲେ ଗଭର୍ନର

ଲସ ଏଞ୍ଜେଲ୍ସ,୧୧।୧: ଲସ ଏଞ୍ଜେଲ୍ସ ଭୟଙ୍କର ଜଙ୍ଗଲୀ ନିଆଁରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୧ରେ ପହଞ୍ଚିଛି। ସେହି ସମୟରେ, ନିଆଁ ଲିଭାଇବା ପାଇଁ ପ୍ରୟାସ...

ମୁଁ ଟ୍ରମ୍ପଙ୍କୁ ପରାସ୍ତ କରିପାରିଥାଆନ୍ତି: ବାଇଡେନ

ଓ୍ବାଶିଂଟନ୍‌,୧୧।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓଭାଲ ଅଫିସରୁ ତାଙ୍କର ବିଦାୟୀ ଭାଷଣ ଦେବେ। ଏହା ଆମେରିକୀୟ ଏବଂ ବିଶ୍ୱବାସୀଙ୍କ ସହ କଥା ହେବା ପାଇଁ...

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ...

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୧ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image