ଜଳେଶ୍ବର, ୩୦।୮(ବ୍ୟୁରୋ): କଟକ ଅବକାରୀ ବିଭାଗର ଭ୍ରାମ୍ୟମାଣ ଫ୍ଲାଇଂ ସ୍କ୍ବାଡ୍ ତରଫରୁ ଅଚାନକ ଚଢ଼ାଉ କରାଯାଇ ଜଳେଶ୍ୱର ଷ୍ଟେଶନବଜାର କାଳୀମନ୍ଦିର ସମ୍ମୁଖରୁ ୧ଶହ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଜଳେଶ୍ୱର ରାଜପୁର ଗ୍ରାମର ସେକ୍ ତୈରୁଦ୍ଦିନ (୨୫)। ଅବକାରୀ ପୋଲିସ ଗିରଫ ଯୁବକଙ୍କୁ କୋର୍ଟଚାଲାଣ କରିଛି।