Categories: ଅନୁଗୋଳ

କାରଖାନା ସମ୍ମୁଖରେ ଠିକା ସଫେଇ କର୍ମଚାରୀଙ୍କ ଗଣାଧାରଣା

ତାଳଚେର,୧୮।୮(ନି.ପ୍ର.): ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି। ଗତ ୩ମାସ ହେଲା ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ। ଠିକା ସଂସ୍ଥା କିମ୍ବା ଭାରିଜଳ କାରଖାନା କର୍ତ୍ତୃପକ୍ଷଙ୍କ ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ବିରୋଧ କରି ସାମାଜିକ କର୍ମୀ ଅମୀୟ ତ୍ରିପାଠୀଙ୍କ ନେତୃତ୍ୱରେ ଠିକା ସଫେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି ।