Categories: ଜାତୀୟ

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ ବିରୋଧ କରି ରାଜ୍ୟବ୍ୟାପି ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ ତିଆରି କରାଯାଇଛି। ପୂର୍ବାହ୍ନ ୯ଟା ୩୦ଠାରୁ ଏପରି କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ନୀତୀଶ କୁମାର ଗାନ୍ଧୀ ମଇଦାନଠାରେ ଆରମ୍ଭ କରିଛନ୍ତି। ୧୫ଟି ହେଲିକପ୍ଟରରେ ଫଟୋଗ୍ରାଫର ଆକାଶରୁ ମାନବ ଶୃଙ୍ଖଳର ଫଟୋ ଉଠାଇବା ସହିତ ଭିଡ଼ିଓ ଶୁଟିଂ ମଧ୍ୟ କରିଛନ୍ତି। ପ୍ରତି ଏକ କିଲୋମିଟରରେ ଜଣେ ଜଣେ ଭିଡ଼ିଓଗ୍ରାଫରଙ୍କୁ ଶୁଟିଂ ପାଇଁ ରଖାଯାଇଥିଲା। ସେହିପରି ପ୍ରତି ୫ କିଲୋମିଟରରେ ଜଣେ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରତି ୧୦ କିଲୋମିଟରରେ ସୁପର ସେଣ୍ଟର ରହିଥିଲା।ପ୍ରଥମେ ମାନବ ଶୃଙ୍ଖଳକୁ ୧୬ ହଜାର ଶହେ ୨୮ କିମି କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପରେ ଏହାକୁ ବୃଦ୍ଧି କରାଯାଇଥିଲା।

Share