ଜଳ ନିଷ୍କାସନ ଦାବିରେ ରାସ୍ତାରୋକୋ

ବାସୁଦେବପୁର,୨୬।୬(ଡି.ଏନ୍‌.ଏ.): ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ନରସିଂହପୁର ବଜାରଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ପଞ୍ଚାୟତ ଦେଇ ଯାଇଥିବା କାଡ଼ା ନାଳ ଓ ଡ୍ରେନେଜ୍‌କୁ ପୋତି ଦିଆଯାଇଥିବାରୁ ଜଳ ନିଷ୍କାସନଜନିତ ଗୁରୁତର ସମସ୍ୟା ଦେଖାଦେଇଛି। ଫଳରେ ଅସରାଏ ବର୍ଷାରେ ପଞ୍ଚାୟତ ଜଳାର୍ଣ୍ଣବ ହୋଇପଡ଼ୁଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ଠାକ୍‌ କରାଯାଉ ନ ଥିବା ପ୍ରତିବାଦରେ ବୁଧବାର ସକାଳଠାରୁ ନରସିଂହପୁର ଛକଠାରେ ରାସ୍ତାରୋକୋ ଚାଲୁ ରହିଛି। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନ ଥିବାରୁ ଏହି ରାସ୍ତାରୋକୋ ଚାଲୁ ରହିଛି।