ଜଷ୍ଟିସ୍‌ ବି.ପି. ଦାସ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଅଧ୍ୟକ୍ଷ ଭାବେ ଗୁରୁବାର ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର ସଂସ୍କାର କମିଶନର ଜଣିକିଆ ଅଧ୍ୟକ୍ଷ ଥିଲେ। ଦାସଙ୍କ ସୁପାରିସ ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ନିମନ୍ତେ ସରକାର ମନ୍ଦିର ଚତୁଃପାର୍ଶ୍ୱରୁ ନିର୍ମାଣ ଉଚ୍ଛେଦ କରିବା କାମ ଆରମ୍ଭ କରିଛନ୍ତି। ତେବେ ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।