Categories: ଜାତୀୟ

ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଅନ୍ତର୍ଜାତୀୟ ବାର୍‌ ସଂସ୍ଥା

ନୂଆଦିଲ୍ଲୀ,୧୩।୩(ପି.ଟି.): ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ରାତିଆଧିଆ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାକୁ ନେଇ ଓକିଲମାନଙ୍କ ଏକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଫେବୃୟାରୀ ୨୩ରେ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଘଟିଥିବାବେଳେ ୨୬ ତାରିଖରେ ଜଷ୍ଟିସ୍‌ ମୁରଲୀଧର ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ। ଘୃଣା ମନ୍ତବ୍ୟ ଦେଇଥିବା ୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରିବାରେ ବିଫଳ ହୋଇଥିତ୍ବାରୁ ସେ ଏପରି କରିଥିଲେ। ସେହି ଦିନ ରାତିରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଇଣ୍ଟରନ୍ୟାଶନାଲ ବାର୍‌ ଆସୋସିଏଶନ୍ସ ହ୍ୟୁମାନ ରାଇଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇବିଏଏଚ୍‌ଆର୍‌ଆଇ) ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଖୋଲାଚିଠି ଲେଖିଛି। ଜଷ୍ଟିସ୍‌ ମୁରଲୀଧରଙ୍କୁ ଅତି ତରବରିଆ ଭାବେ ବଦଳି କରାଯାଇଥିବାରୁ ଏହି ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେବା ପାଇଁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି।

Share