Advertisement

ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍‌ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ତାଙ୍କୁ ତିନିବର୍ଷ ପାଇଁ ନୂଆ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧୫ରେ ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ତାଙ୍କର ଘନିଷ୍ଠତମ ସୂତ୍ରରୁ ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share