Categories: ଖେଳ

ଜସମିନ, ଆର୍ଯ୍ୟମାନଙ୍କୁ ଭବ୍ୟସ୍ବାଗତ

ଭୁବନେଶ୍ୱର, ୨୮।୪(ସ୍ପୋଟର୍‌ସ ବ୍ୟୁରୋ)- ଲାସ ଭେଗାସରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଆମେରିକା ଓପନ କରାଟେ ଚାମ୍ପିୟନଶିପ୍‌ରେ ଭାଗନେଇ ଶନିବାର ଫେରିଥିବା ଜସମିନ ପାର୍ଥସାରଥି ମିଶ୍ର ଓ ଆର୍ଯ୍ୟମାନ ମିଶ୍ରଙ୍କୁ ଏଠାରେ ଭବ୍ୟ ସ୍ବାଗତ କରାଯାଇଛି। ରାଜ୍ୟଗୋଷ୍ଠୀ ପଦକଧାରୀ ଓଡ଼ିଶା କରାଟେକା ଜସମିନ ଆମେରିକା ଓପନ କରାଟେରେ ରୌପ୍ୟ ପଦକ ପାଇଥିଲେ। ୧୦-୧୧ ବର୍ଷ ବାଳିକା କାଟେଗୋରି କାଟାରେ ସେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଆମେରିକା କରାଟେକା ବେନାମି ସାଞ୍ଜେଜଙ୍କଠାରୁ ହାରି ଯାଇଥିଲେ। ଫାଇନାଲରେ ପ୍ରବେଶ ପଥରେ ସେ ଅନ୍ୟ ଦୁଇ ଆମେରିକା ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ। ଫାଇନାଲରେ ସାମାନ୍ୟ ତ୍ରୁଟି ମହଙ୍ଗା ପଡ଼ିଲା ବୋଲି ସ୍ବୀକାର କରିଛନ୍ତି ଜସମିନ। ଆର୍ଯ୍ୟମାନ ପଦକ ଜିତିପାରି ନ ଥିଲେ ହେଁ ଏହି ପ୍ରତିଯୋଗିତାରୁ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ବୋଲି କହିଛନ୍ତି।

Share