Advertisement

ଜହିର ଇକବାଲଙ୍କୁ ଡେଟ୍‌ କରୁଛନ୍ତି ସୋନାକ୍ଷି !

ମୁମ୍ବାଇ: ବଲିଉଡ୍‌ ଦୁନିଆରୁ ଅଧିକାଂଶ ସମୟରେ ଏମିତି ଖବର ଆସିଥାଏ ଯେ କିଏ କାହାକୁ ଡେଟ୍‌ କରୁଛି ବୋଲି। ପୁଣି କାହାର କାହା ସହ ଆଫେୟର୍ସ ରହିଛି। ନିକଟରେ ଏମିତି ଏକ ଖବର ଆସିଥିଲା କି ନାୟିକା ସୋନାକ୍ଷି ସିହ୍ନା ଫିଲ୍ମ ‘ନୋଟବୁକ’ ଫେମ୍‌ ଜହିର ଇକବାଲଙ୍କୁ ଡେଟ୍‌ କରୁଛନ୍ତି। ଏହାପରେ ଏହି ଖବର ଦ୍ରୁତ ବେଗରେ ପ୍ରଚାର ହୋଇଗଲା। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଏହି ଖବରକୁ ଦେଖିବା ପରେ ସୋନାକ୍ଷି ଯଦିଓ ଏହାକୁ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଇକବାଲ କିନ୍ତୁ ନିକଟରେ ଏ ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ଆଲୋଚନା କରିଛନ୍ତି। ଇକବାଲ କହିଛନ୍ତି ସୋନାକ୍ଷିଙ୍କ ସହ ତାଙ୍କର ଡେଟିଂ ଖବର ସେ ଗୁଗଲ ଆଲର୍ଟସ ଜରିଆରେ ପାଇଥିଲେ। ସୋନାକ୍ଷି ମଧ୍ୟ ଗୁଗଲ ଆଲର୍ଟସ ମାଧ୍ୟମରେ ଏହା ଜାଣିବାକୁ ପାଇଥିଲେ। ଏହାପରେ ଆମେ ଦୁହେଁ କଥା ହୋଇଥିଲୁ। ଆଉ ପରେ ଦର୍ଶକେ ଅବା ଶ୍ରୋତା ଦ୍ୱନ୍ଦ୍ୱରେ ପଡିଯାଇଥିଲେ ଯେ ପ୍ରକୃତରେ କିଏ କାହାକୁ ଡେଟ୍‌ କରୁଛି। ଏହା କହିଛନ୍ତି ଇକବାଲ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share