ଜହ୍ନାପଙ୍କ, ୨୫।୩ (ଡି.ଏନ.ଏ): କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରଠାରେ ମଙ୍ଗଳବାର ବସୁଥିବା ସାପ୍ତାହିକ ହାଟ ଜହ୍ନାପଙ୍କ ଛକଠାରେ ବସିଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରଶାସନର ଥିବା ନିର୍ଦ୍ଦେଶକୁ ବ୍ୟବସାୟୀମାନେ ମାନିଥିଲେ । ବ୍ୟବସାୟୀମାନେ ପସରାକୁ ପସରା ୧ ମିଟର ଦୂରତ୍ୱରେ ବସିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଛକର ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟବସାୟୀ ବସିଥିବା ଯୋଗୁ ଗହଳି ଜଣାପଡିଥିଲା । ଏହି ହାଟ ଏକ ବଡ ପନିପରିବା ବଜାର ହୋଇଥିବାରୁ ଅଞ୍ଚଳର ୪ଟି ପଞ୍ଚାୟତର ଖାଉଟିମାନେ ସପ୍ତାହକ ଚଳିବା ପାଇଁ ପନିପରିବା କିଣିଥାନ୍ତି ।