Advertisement

ଜାଗରରେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁର କୁଶଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁକ୍ରବାର ଜାଗରରେ ଅଘଟଣ ଘଟିଛି । ଆନନ୍ଦପୁରର ଏହି ପ୍ରାଚୀନ ଶୈବପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। ସେ ହେଲେ ଗ୍ରାମର କମଳିନୀ ବାରିକ।
ସୂଚନାଯୋଗ୍ୟ, ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ି ଲଗାଇ ମହାଦେବଙ୍କୁ ଦର୍ଶନ କରିଥିଲେ। କମଳିନୀ ଠାକୁରଙ୍କୁ ମୁଣ୍ଡିଆ ମାରିବା ସମୟରେ ତାଙ୍କ ପଛପଟେ ଜଣେ ଯୁବତୀ ଲଗାଉଥିବା ଦୀପରୁ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାରକରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share