Categories: ଫୁରସତ

ଜାଗରରେ ଶିବଙ୍କୁ ଏସବୁ ଅର୍ପଣ କଲେ ମିଳିଥାଏ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୨୧ ତାରିଖ ଅର୍ଥାତ୍‌ ଶୁକ୍ରବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ ସାମଗ୍ରୀ ରହିଛି, ଯାହାକୁ ଭକ୍ତମାନେ ଅର୍ପଣ କଲେ ଶୁଭଫଳ ଲାଭ କରିଥାନ୍ତି ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ ଅଛି। ଜାଣନ୍ତୁ ଏ ସମ୍ପର୍କରେ…

ଜଳ: ଶିବପୁରାଣରେ କୁହାଯାଇଛି, ଭଗବାନ ଶିବ ହେଉଛନ୍ତି ସ୍ବୟଂ ଜଳ। ଏହି କଥା ସମୁଦ୍ରମନ୍ଥନ ସହ ଜଡ଼ିତ ଅଛି। ବିଷପାନ କରିବା ପରେ ଶିବଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ଫଳରେ ଜ୍ୱଳନ କମାଇବା ପାଇଁ ସ୍ବୟଂ ବିଷ୍ଣୁ ଶିବଙ୍କୁ ଶୀତଳ ଜଳ ପ୍ରଦାନ କରିଥିଲେ। ଏଥିପାଇଁ ଶିବଙ୍କୁ ଜଳଦାନ କରାଯାଇଥାଏ।

ବେଲପତ୍ର: ଭଗବାନ ଶିବଙ୍କ ତିନି ନେତ୍ରର ପ୍ରତୀକ ହେଉଛି ବେଲପତ୍ର। ତେଣୁ ଶିବଙ୍କର ଏହା ପ୍ରିୟ ହୋଇଥିବାରୁ ଶିବରାତ୍ରିରେ ବେଲପତ୍ର ଅର୍ପଣ କରାଯିବା ମଙ୍ଗଳମୟ।

ଅରଖଫୁଲ:
ଜାଗରରେ ଶିବଙ୍କୁ ଅରଖ ଫୁଲ ପ୍ରଦାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଦୁର୍‌ଦୁରା ଫୁଲ:
ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ଦୁର୍‌ଦୁରା ଫୁଲ। ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। କୈଳାସ ପର୍ବତ ଉପରେ ଶିବ ରହୁଥିବା ସମୟରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଔଷଧ ଭାବେ ଦୁର୍‌ଦୁରାକୁ ବ୍ୟବହାର କରୁଥିଲେ। ତେଣୁ ଦୁର୍‌ଦୁରା ଶିବଙ୍କର ପ୍ରିୟ।

ଗଞ୍ଜେଇ:
ଶିବ ସର୍ବଦା ଧ୍ୟାନମଗ୍ନ ରହିଥାନ୍ତି। ତେଣୁ ଏହି ଧ୍ୟାନ ପାଇଁ ଗଞ୍ଜେଇ ସାହାଯ୍ୟ କରିଥାଏ। ଏହାକୁ ଖାଇ ଶିବ ସବୁବେଳେ ଖୁସିରେ ରହୁଥିଲେ।
ଏତଦ୍‌ବ୍ୟତୀତ ଜାଗରରେ ଶିବଙ୍କୁ କ୍ଷୀର, କର୍ପୂର, ଚନ୍ଦନ, ରୁଦ୍ରାକ୍ଷ ଆଦି ପ୍ରଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

Share