ରାଜନଗର, ୨୧।୨(ଡି.ଏନ୍.ଏ) : ମହାଶିବରାତ୍ରି ଅବସରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗରର ୫ଶହ ବର୍ଷ ତଳର ପୂରାତନ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରମୌଳୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶୁକ୍ରବାର ଭୋର ୪ଟାରୁ ଭିଡ଼ ଲାଗିରହିଛି। ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡ଼ା, କନିକା ପ୍ରଭୃତି ଅଞ୍ଚଳରୁ ଶ୍ରୀ ଚନ୍ଦ୍ରମୌଳିଙ୍କ ଦର୍ଶନ, ପୂଜା ଉପାସନା ସହିତ ଦୀପ ପ୍ରଜ୍ୱଳନକରି ଭକ୍ତମାନେ ବ୍ରତ ଆରମ୍ଭ କରିଛନ୍ତି। ବିଳମ୍ବିତ ରାତିରେ ମହାଦୀପ ଉଠିବ ବୋଲି ବଡ଼ପଣ୍ଡା କୁଳମଣି ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସଂସାରଫଳର ଶ୍ରୀ ଗୁପ୍ତେଶ୍ୱର ମନ୍ଦିର, ରାଜନଗରର ଶ୍ରୀ ରାଘବେଶ୍ୱର, ଗୋକର୍ଣ୍ଣେଶ୍ୱର, ଇଘାଗଡ଼ର ଶ୍ରୀ ଆଖଣ୍ଡଳମଣି ପ୍ରଭୃତି ଶୈବ ପୀଠରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଚାଲିଛି।