ଜାଗର ମେଳା ବୁଲି ଫେରିବା ବେଳେ ମହିଳାଙ୍କୁ ବଳାତ୍କାର

ଭଣ୍ଡାରିପୋଖରୀ,୨୨।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଳିକଣା ଗ୍ରାମ ଡିହସାହିସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ଥାନୀୟ ବାରୁମେଶ୍ୱର ଜାଗର ମେଳା ବୁଲି ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବା ସମୟରେ ୨ଜଣ ଯୁବକ ମହିଳାଙ୍କୁ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ବଳାତ୍କାର କରିଥିଲେ। ଅଭିଯୋଗ ପରେ ଭଣ୍ଡାରିପୋଖରୀ ପୋଲିସ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଥିନେଇ ଥାନାରେ ମାମଲା ନଂ. ୪୨/୨୦ ରୁଜୁ ହୋଇଛି।