Categories: ଫୁରସତ

ଏସବୁ ଦେଶରେ ନାହିଁ ଲିଖିତ ସମ୍ବିଧାନ, ଏମିତି ଚାଲିଥାଏ ଶାସନ

ଆଜି ସମଗ୍ର ଭାରତବର୍ଷରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଆଇନ ପ୍ରଣୟନ କରାଯାଇଥିଲା। ୧୯୫୦ ଜାନୁୟାରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା। ଭାରତର ଲିଖିତ ସମ୍ବିଧାନ ଥିବାବେଳେ ଏମିତି କିଛି ଦେଶ ଅଛି, ଯେଉଁମାନଙ୍କର ଲିଖିତ ସମ୍ବିଧାନ ନାହିଁ। ଜାଣନ୍ତୁ ଏସବୁ ଦେଶ ସମ୍ପର୍କରେ…

ଇଂଲଣ୍ଡ:


ଏହି ଦେଶରେ ଲିଖିତ ସମ୍ବିଧାନ ନାହିଁ। ଏଠାରେ କିଛି ମୌଖିକ ନିୟମ ରହିଛି, ଯାହାକୁ ପାଳନ କରାଯାଇ ଶାସନ ଚାଲିଛି। ଇଂଲଣ୍ଡରେ କାନୁନ୍‌ ଏବଂ ପରିସ୍ଥିତିକୁ ଦେଖି ସଂସଦ ଦ୍ୱାରା ପରିବର୍ତ୍ତନ କରାଯାଇଥାଏ।

ସାଉଦିଆରବ:


ଏଠାରେ ଅନେକ ଅଜବ ଆଇନ ସବୁ ରହିଛି। ମାତ୍ର କୌଣସି ଲିଖିତ ସମ୍ବିଧାନ ନାହିଁ। କୋରାନ୍‌ରେ ଲେଖାଯାଇଥିବା କଥାକୁ ସର୍ବୋଚ୍ଚ ଆଇନ ଭାବେ ଗ୍ରହଣ କରାଯାଇ ଯେକୌଣସି ନିଷ୍ପତ୍ତି ନିଆଯାଇଥାଏ।

ଇସ୍ରାଇଲ:


୧୯୪୮ରେ ସ୍ବାଧୀନତା ଲାଭ କରିଥିବା ଇସ୍ରାଇଲ ପାଖରେ ମଧ୍ୟ କୌଣସି ଲିଖିତ ସମ୍ବିଧାନ ନାହିଁ। ଏହି ଦେଶ ସ୍ବାଧୀନତା ପାଇବା ପରେ ସମ୍ବିଧାନ ପ୍ରଣୟନ ପାଇଁ ଚେଷ୍ଟା ଜାରି ରଖିଥିଲା। ମାତ୍ର ସଂସଦରେ ମତଭେଦ ଦେଖାଦେବାରୁ ଏହା ହୋଇପାରିଲା ନାହିଁ। ଏହାର ସଂସଦ ଅଲିଖିତ ସମ୍ବିଧାନର ମାନ୍ୟତା ପାଇଛି। ଯେଉଁଥିରେ ସମଗ୍ର ଦେଶର ଶାସନ ଚାଲୁଛି।

Share