Categories: ଫୁରସତ

ଜାଣନ୍ତି ଓକିଲମାନେ କାହିଁକି ପିନ୍ଧିଥା’ନ୍ତି କଳା କୋଟ୍‌, ଧଳା ଶାର୍ଟ

ଅସଲ ଜୀବନରେ ହେଉ କିମ୍ବା କୌଣସି ଫିଲ୍ମର କାହାଣୀରେ ନିଶ୍ଚୟ ଦେଖିଥିବେ ଓକିଲମାନେ କଳାକୋର୍ଟ ସହ ଧଳା ଶାର୍ଟ ପିନ୍ଧିଥା’ନ୍ତି। ବେଳେବେଳେ ମନକୁ ଏମିତି ପ୍ରଶ୍ନ ଆସିଥିବ ଏତେସବୁ ରଙ୍ଗ ଥାଇ ଓକିଲମାନେ କାହିଁକି କଳା କୋର୍ଟ ଏବଂ ଧଳା ଶାର୍ଟ ପିନ୍ଧନ୍ତି ବୋଲି। ଯଦି ହଁ ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଏହା କୌଣସି ଫ୍ୟାଶନ ପାଇଁ ନୁହେଁ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ୧୩୨୭ ମସିହାରେ ବ୍ରିଟେନ୍‌ର ତୃତୀୟ ଏଡ୍‌ଓ୍ବାଡ୍‌ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ। ଏହି ସମୟରେ ଡ୍ରେସକୋଡ୍‌ ଆଧାରରେ ନ୍ୟାୟାଧୀଶଙ୍କ ବେଶପୋଷାକ ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଓକିଲଙ୍କୁ ୪ ଭାଗରେ ଭାଗ କରାଯାଇଥିଲା। ଏଥରେ ଛାତ୍ର, ପ୍ଲିଡର ବା ଓକିଲ, ବେଞ୍ଚର ଏବଂ ବାରିଷ୍ଟର ଥିଲେ। ଏମାନେ ସମସ୍ତେ ଜଜ୍‌ଙ୍କୁ ସ୍ବାଗତ କରିଥାନ୍ତି। ସେହି ସମୟରେ ଅଦାଲତରେ ଲାଲ୍‌ ରଙ୍ଗର କପଡ଼ା ଏବଂ ଧୂସର ରଙ୍ଗର ପୋଷାକ ପିନ୍ଧୁଥିଲେ। ଏହା ପରେ ୧୬୦୦ ମସିହାରେ ପୋଷାକରେ ପରିବର୍ତ୍ତନ କରାଗଲା। ୧୬୩୭ରେ ଏହି ପ୍ରସ୍ତାବ ଦିଆଯାଇଥିଲା କି କାଉନ୍‌ସିଲ୍‌ଙ୍କୁ ମଧ୍ୟ ଏକାପ୍ରକାର ପୋଷାକ ପିନ୍ଧିବାକୁ ପଡ଼ିବ। ଏହା ପରେ ଓକିଲମାନେ ଲମ୍ବା ଗାଉନ୍‌ ପିନ୍ଧିବା ଆରମ୍ଭ କଲେ। ୧୯୬୪ ମସିହାରେ ବ୍ରିଟେନ୍‌ର ମହାରାଣୀ ମେରୀଙ୍କ ମୃତ୍ୟୁ ଘଟିଥିଲା। ରାଜା ଓ୍ବିଲ୍‌ୟମ୍‌ସ ସମସ୍ତ ନ୍ୟାୟାଧୀଶ ଏବଂ ଓକିଲଙ୍କୁ ସାର୍ବଜନିନ ଭାବରେ ଶୋକ ପାଳନ କରିବା ପାଇଁ କଳା ଗାଉନ୍‌ ପିନ୍ଧି ଆସିବା ପାଇଁ ଆଦେଶ ଦେଇଥିଲେ। ଏହି ଆଦେଶକୁ କେହି ଅଗ୍ରାହ୍ୟ କରି ନ ଥିଲେ। ସେବେଠାରୁ ଆଜିପର୍ଯ୍ୟନ୍ତ ଓକିଲମାନେ କଳା ଗାଉନ୍‌ ଏବଂ ଧଳା ଶାର୍ଟ ପିନ୍ଧି ଅଦାଲତକୁ ଆସୁଛନ୍ତି। କୁହାଯାଏ, ଓକିଲମାନେ କଳା ଗାଉନ୍‌ ଏବଂ ଧଳା ଶାର୍ଟ ପିନ୍ଧିଲେ ନ୍ୟାୟ ପ୍ରତି ବିଶ୍ୱାସ ଜାଗ୍ରତ ହୋଇଥାଏ।

Share