Categories: ଫୁରସତ

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା ବଢ଼ିବାରୁ ଟ୍ରାଫିକ୍‌ ନିୟମ ତିଆରି କରାଗଲା। ନିୟମ ପରେ କିଛି ମାତ୍ରାରେ ଦୁର୍ଘଟଣା କମିଛି। ଲୋକେ ବେଆଇନ ଭାବେ ଗାଡ଼ି ଚାଳନାରୁ ନିବୃତ ରହିଛନ୍ତି। ଏହି ନିୟମକୁ ଆଉ ଟିକେ କଡ଼ାକଡ଼ି କରିବାକୁ ଟ୍ରାଫିକ୍‌ ସିଗ୍‌ନାଲକୁ ରଖାଯାଇଛି। ଜନଗହଳିପୂର୍ଣ୍ଣ ଛକସ୍ଥାନରେ ଏକ ଖୁଣ୍ଟରେ ୩ଟି ରଙ୍ଗର ଲାଇଟ୍‌ ଲଗାଯାଇଛି। ଲାଲ୍‌, ହଳଦିଆ ଏବଂ ସବୁଜ। ବିଶ୍ୱରେ ଏହା ସବୁଠାରୁ ପ୍ରଥମ ଟ୍ରାଫିକ୍‌ ଲାଇଟ୍‌।

୧୮୬୮ ମସିହା ଡିସେମ୍ବର ୧୦ ତାରିଖରେ ଲଣ୍ଡନର ବ୍ରିଟିଶ ହାଉସ୍‌ ଅଫ୍‌ ପାର୍ଲିଆମେଣ୍ଟ ସମ୍ମୁଖରେ ଏହା ଲଗାଯାଇଥିଲା। ଏହି ଲାଇଟ୍‌କୁ ରେଳ ବିଭାଗର ଇଞ୍ଜିନିୟର ଜେକେ ନାଇଟ୍‌ ଲଗାଇଥିଲେ। ରାତିରେ ଦେଖିବା ପାଇଁ ଏଥିରେ ଗ୍ୟାସ୍‌ର ପ୍ରୟୋଗ କରାଯାଇଛି। ଏହି ସମୟରେ ଦୁଇଟି ରଙ୍ଗର ବ୍ୟବହାର କରାଯାଇଥିଲା। ଲାଲ୍‌ ଏବଂ ସବୁଜ। କିନ୍ତୁ ପରେ ଏଥିରେ ହଳଦିଆର ରଙ୍ଗ ଯୋଡ଼ା ଯାଇଥିଲା। କିନ୍ତୁ ଜାଣନ୍ତି କ’ଣ ପାଇଁ ଏହି ୩ଟି ରଙ୍ଗର ବ୍ୟବହାର କରାଯାଇଛି?


ଲାଲ: ଏହି ରଙ୍ଗ ବହୁତ ଗାଢ଼। ତେଣୁ ଆଗରେ କୌଣସି ବିପଦ ଅଛି। ରହିଯିବାକୁ ଏହା ସଂକେତ ଦେଇଥାଏ। ଏହା ସହିତ ଏହି ରଙ୍ଗଟି ଅଲଗା ରଙ୍ଗ ଅପେକ୍ଷା ବହୁତ ଦୂରକୁ ଦେଖାଯିବ।

ହଳଦିଆ : ଏହି ରଙ୍ଗ ଶକ୍ତିର ପ୍ରତୀକ। ଏହା ସୂଚାଇଥାଏ ସମସ୍ତ ଶକ୍ତି ଏକାଠି କରି ପ୍ରସ୍ତୁତ ହୋଇ ରୁହ ଏବଂ ଆଗକୁ ଯିବା ପାଇଁ ମନୋବଳ ଦୃଢ଼ କର।

ସବୁଜ : ଏହି ରଙ୍ଗକୁ ସବୁଠୁ ସୁନ୍ଦର କୁହାଯାଏ। ଏହାକୁ ପ୍ରକୃତି ସହିତ ଯୋଡ଼ା ଯାଇଛି। ଏହି ଲାଇଟ୍‌ ଆଗରେ କୌଣସି ବିପଦ ନାହିଁ ଯିବା ପାଇଁ ଗାଡ଼ିଚାଳକଙ୍କୁ ଶୁଭସଂକେତ ଦେଇଥାଏ।

Share