Categories: ଫୁରସତ

ଜାଣନ୍ତି କାହିଁକି ରବିବାରକୁ ଛୁଟିଦିନ ଭାବରେ କରାଯାଇଛି ଘୋଷଣା

ସପ୍ତାହର ଶେଷବାର ରବିବାର। ଏହି ଦିନଟିକୁ ଛୁଟିଦିନ ଭାବରେ ମନାଯାଇଥାଏ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଏହି ଦିନରେ ବନ୍ଦ ରହିଥାଏ। ଖାଲି ଏତିକି ନୁହେଁ, ବିଭିନ୍ନ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ବି ରବିବାରରେ କରାଯାଇଥାଏ। ଏହିଦିନକୁ ସୂର୍ଯ୍ୟଙ୍କ ବାର ଏବଂ ଶୁଭବାର ଭାବରେ ମନାଯାଇଥାଏ । ସପ୍ତାହ ମଧ୍ୟରେ ଏତେ ବାର ରହିଛି ମାତ୍ର ରବିବାରକୁ କାହିଁକି ଛୁଟିଦିନ ଭାବରେ ଗ୍ରହଣ କରାଗଲା ମନରେ କେବେ ପ୍ରଶ୍ନ ଆସଛି? ଯଦି ହଁ ତେବେ ଜାଣନ୍ତୁ ଏ ସମ୍ପର୍କରେ…
ପ୍ରଥମେ ବ୍ରିଟିଶମାନେ ହିଁ ରବିବାରକୁ ଛୁଟିଦିବସ ଭାବେ ଘୋଷଣା କରିଥିଲେ। ଏହା ପ୍ରଥମେ ବ୍ରିଟେନ୍‌ରେ ୧୮୪୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ତତ୍‌କାଳୀନ ଗଭର୍ନର ଜେନେରାଲ ଏହିଦିନଟିକୁ ଛୁଟିଦିନ ଭାବେ ଘୋଷଣା କରିଥିଲେ। ବ୍ରିଟିଶମାନେ ସପ୍ତାହର ଶେଷଦିନକୁ ବିରାମ ବା ବିଶ୍ରାମ ପାଇଁ ବାଛିଥିଲେ। ସେମାନେ ପ୍ରଥମେ ବିଦ୍ୟାଳୟଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ପରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ରବିବାରକୁ ଛୁଟିଦିବସ ଘୋଷଣା କରିଥିଲେ।


ଆଇଏସ୍‌ଓ ଅନୁସାରେ, ସାତଦିନ କାମ କରି ଲୋକେ ଥକି ପଡୁଥିଲେ। ବିଶ୍ରାମ ନ ଥିବାରୁ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଲା। ଏହାକୁ ଦୃଷ୍ଟିରେ ରଖି ଗଭର୍ନର ଜେନେରାଲ ସପ୍ତାହର ଶେଷଦିନ ଅର୍ଥାତ୍‌ ରବିବାରକୁ ଛୁଟିଦିନ ଭାବେ ବାଛିଥିଲେ। ଗୋଟିଏ ଦିନ କର୍ମଯୋଗୀମାନେ ନିଜ ପରିବାର ସହ ସମୟ କାଟିବା ସହ ମାନସିକସ୍ତରରେ ଶାନ୍ତି ପାଇବା ପାଇଁ ରବିବାର ସବୁଠୁ ଉତ୍ତମ ବୋଲି ଗଭର୍ନର ଜେନେରାଲ ବାଛିଥିଲେ। ଭାରତରେ ମଧ୍ୟ ରବିବାରକୁ ଛୁଟିଦିନ ଭାବେ ଗ୍ରହଣ କରାଯାଇଥିଲା। ଭାରତରେ ଏହା ୧୮୯୦ ଜୁନ୍‌ ୧୦ରେ ପ୍ରଚଳିତ ହୋଇଥିଲା। ମେଘାଜୀ ଲାଖୋଣ୍ଡ ଶ୍ରମିକମାନଙ୍କ ହକ୍‌ ପାଇଁ ପ୍ରୟାସ ଜାରି ରଖିଥିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହୋଇଥିଲା।

Share