ଗୋଟିଏ ଘଣ୍ଟା ଲାଇଭ୍‌ ଶୋ’ ପାଇଁ ଉର୍ବଶୀ ନିଅନ୍ତି ଏତିକି ଟଙ୍କା

ଫିଲ୍ମ ‘ପାଗଲପନ୍ଥି’ରେ ଅଭିନୟ କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍‌ ଏବେ ଖୁବ୍‌ ବଢ଼ିଯାଇଛି। ବିଦେଶରେ ପ୍ରୋଗ୍ରାମ ପାଇଁ ବି ନୁହଁ। ଭାରତରେ ହିଁ ଉର୍ବଶୀଙ୍କୁ ଏହି ଟଙ୍କା ଗୋଟିଏ ଘଣ୍ଟାର ଲାଇଭ୍‌ ଶୋ’ ପାଇଁ ମିଳିବ। କିନ୍ତୁ ଏହି ପ୍ରୋଗ୍ରାମ ଭାରତରେ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ। ନୂଆବର୍ଷ ପାଇଁ ଗୋଟିଏ ଲାଇଭ୍‌ ଶୋ’ ପାଇଁ ସେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେବେ। ସେ ଯାହା ବି ହେଉନା କାହିଁକି ଆଜି ପର୍ଯ୍ୟନ୍ତ ଭାରତରେ ଲାଇଭ୍‌ ଶୋ’ ପାଇଁ କୌଣସି ଅଭିନେତ୍ରୀ ଘଣ୍ଟାକୁ ଏତେ ଟଙ୍କା ନେଇନାହାନ୍ତି।

ଏହି ଗୀତରେ କରିପାରନ୍ତି ପର୍‌ଫର୍‌ମାନ୍ସ:
ନୂଆବର୍ଷ ପାର୍ଟି ପାଇଁ ଉର୍ବଶୀ ‘ବୀମାର ଦିଲ୍‌’ (ଫିଲ୍ମ – ପାଗଲପନ୍ଥି)‘ବିଜ୍‌ଲି କି ତାର’(ସିଙ୍ଗଲ), ହସିନୋ କା ଦିବାନା, (ଫିଲ୍ମ – କାବିଲ୍‌) ଏବଂ ଡାଡି ମମ୍ମି(ଫିଲ୍ମ -ଭାଗ୍‌ ଜାନି) ଗୀତରେ ପର୍‌ଫର୍ମ କରିପାରନ୍ତି। ୨୫ ବର୍ଷୀୟା ଉର୍ବଶୀ ୨୦୧୩ରେ ସନ୍ନି ଦେଓଲଙ୍କ ବିପକ୍ଷରେ ଫିଲ୍ମ ‘ସିଂହ ସାହେବ୍‌ ଦ ଗ୍ରେଟ୍‌’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ସନମ୍‌ ରେ’, ‘ଗ୍ରେଟ୍‌ ଗ୍ରାଣ୍ଡ୍‌ ମସ୍ତି’ରେ ଅଭିନୟ କରିସାରିଛନ୍ତି। ଖୁବ୍‌ଶୀଘ୍ର ତାମିଲ୍‌ ଫିଲ୍ମରେ ‘ଥିରୁଟ୍ରଟ୍‌ ପାୟଲ ୨’ର ହିନ୍ଦୀ ରିମେକ୍‌ରେ ବିନିତ୍‌ କୁମାର ବିପକ୍ଷରେ ଅଭିନୟ କରିବେ ଉର୍ବଶୀ।

Share