ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା କାହିଁକି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଜିରାଫ ମୂଳତଃ ଆଫ୍ରିକାର ପ୍ରାଣୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳିଥାନ୍ତି। ଜିରାଫ ଏମିତି ଏକ ପ୍ରାଣୀ ଯାହା ଦିନରେ ମାତ୍ର ଅଧ ଘଣ୍ଟା ଶୋଇଥାଏ। ଗୋଟିଏ ଥରରେ ମାତ୍ର ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଶୋଇଥାଏ। ପୁରୁଷ ଜିରାଫର ଉଚ୍ଚତା ପ୍ରାୟ ୧୮ଫୁଟ। ସେମାନଙ୍କର ବେକ ଛଅରୁ ଆଠ ଫୁଟ ହୋଇଥିବାବେଳେ ପାଦ ପ୍ରାୟ ଛଅ ଫୁଟ। ଜିରାଫ ଜନ୍ମ ହେବାର ୩୦ ମିନିଟ୍ ମଧ୍ୟରେ ଚାଲିବା ଆରମ୍ଭ କରେ। ଜନ୍ମ ସମୟରେ ସେମାନଙ୍କର ଓଜନ ପ୍ରାୟ ୧୦୦ କିଲୋଗ୍ରାମ। ମଣିଷ ପରି ଜିରାଫର୍ ମଧ୍ୟ ୩୨ଟି ଦାନ୍ତ ଅଛି। ଜିରାଫ ଓଟ ପରି ଦୀର୍ଘଦିନରେ ଥରେ ପାଣି ପିଇଥାଏ। ଏହାର କାରଣ ଏହା ଘାସ ଖାଉଥିବାରୁ ଶରୀରରେ ଆର୍ଦ୍ରତା ରହିଥାଏ। ପାଣି ନ ପିଇ ମଧ୍ୟ ଜିରାଫ ଅଧିକ ଦିନ ବଞ୍ଚିପାରିବ।
ବୈଜ୍ଞାନିକଙ୍କ ଅନୁଯାୟୀ, ଜିରାଫର ଲମ୍ବା ବେକ ଏବଂ ବଡ଼ ହାର୍ଟ (ପ୍ରାୟ ୧୦ କିମ୍ବା ୧୧ କିଲୋଗ୍ରାମ)। କିଛି ଜେନେଟିକ୍ ପରିବର୍ତ୍ତନ ହେତୁ ଏପରି ହୋଇଛି। ତଥାପି ଏ ସମ୍ପର୍କରେ କିଛି ବିବାଦ ଅଛି, ଯାହା ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ସମାଧାନ କରିବାରେ ଆଜି ବି ଲାଗିଛନ୍ତି।