Posted inRasifala

ରାଶିଫଳ – Daily Horoscope

ମେଷମେଷ: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସ୍‌ରେ ପଦୋନ୍ନତିର ସୁଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷବୃଷ: ଆଜି ଆପଣ ଊର୍ଜାବାନ ରହିବେ। ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟ‌େର ଅ˚ଶୀଦାର ସହିତ ଜରୁରୀ ଆଲୋଚନା କରିବେ। ପିଲା ଦିନର ସାଙ୍ଗଙ୍କ ପ୍ରୀତିଭୋଜନକୁ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନମିଥୁନ: ଆଜି ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ବୈ‌େଦଶିକ ବେପାର‌େର ବଡ଼ ସଉଦା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କର୍କଟକର୍କଟ: ଅର୍ଥଲାଭ ପାଇଁ ଶୁଭ ଦିନଟିଏ। ବିଶେଷ ଯାତ୍ରାରେ ଯିବେ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହସି˚ହ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ବେପାରରେ ଅଚାନକ ଫାଇଦା ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ତାରିଣୀ।

କନ୍ୟାକନ୍ୟା: ପୂଜାପାଠରେ ଅଧିକ ସମୟ ଦେବେ। ପତ୍ନୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବିଦେଶରେ କାରବାର ସ୍ଥାପନ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳାତୁଳା: ନିଜକୁ ଊର୍ଜାବାନ ଅନୁଭବ କରିବେ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

ବିଛାବିଛା: ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁଧନୁ: ଜୀବନ ଲାଗି ସଫଳତାର ଦିନଟିଏ। ଭାବିଥିବା କାମ ପୂରା ହେବ। ଏହା ଦ୍ବାରା ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ବାହନ କିଣିବା ଲାଗି ମନ ବଳିବ। ପ୍ରତିଯୋଗିତାରେ ଖୁବ୍‌ ଭଲ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ମକରମକର: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କାରବାରରେ ଲାଭ ହିଁ ଲାଭ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭକୁମ୍ଭ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନମୀନ: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବି‌େଶଷ ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri